oscstewcc

The Odisha SC & ST Employees Welfare Coordination Council

ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ

Shri Mohan Charan Majhi
Hon'ble Chief Minister

Shri Nityananda Ganda
Hon'ble Minister

Shri Gangadhar Nayak
State President

Shri Ananta Kishore Majhi
Secretary General

Mission3L – Step-by-Step Procedure

Campaigners are to complete all four steps in case of all Odisha State Govt./PSU SC/ST employees, and only step 2 & 3 in case of public, as follows

✅Step 1: (For all the Odisha State Govt./PSU SC/ST Employees only)

Click here to deposit Annual Membership Fee (₹100) for the year-2026– SBI e-Collect Link🔗

Click here to see – Annual Membership list updated on the last date 🔗

 

✅ Step 2: (For Employees and Public)

Click here to Follow & Subscribe Social Media- 📘 Facebook:    ▶️ YouTube:

 

✅ Step 3: (For Employees and Public)

Click here to Download, Print and sign the Mission 3L Signature Campaign Sheet for Amendment of ORV.

 

*All the Odisha State Govt. SC/ST Employees (i.e. Members of this Council) can only be declared as Mission3L Campaigner. If you are a Member of this Council, has not yet become a campaigner, please click here first to– Be a MISSION-3L Campaigner.

✅Step 4: (For Campaigners only)

After finishing all the above three steps, only Campaigner is to click here to fill up- the Central Database Google Form to enroll the members in Mission3L .

 

#Click here to- see the list of members enrolled in Mission3L till now:

#Click here to see the list of Campaigners.

#Download Mission3L Compendium PDF.

If any queries, pl. contact: 9437570823, 8249760023, 8917389310, 9178281382, 9861296692.

What is Mission3L?

କାଉନସିଲ (OSCSTEWCC) ହେଉଛି ସରକାରଙ୍କ ଦ୍ଵାରା ଏକ ସ୍ଵୀକୃତିପ୍ରାପ୍ତ ସଂଗଠନ, ଯାହାର ମୂଳ ଲକ୍ଷ୍ୟ ହେଉଛି । ନିଯୁକ୍ତି/ପଦୋନ୍ନତି କ୍ଷେତ୍ରରେ SC/ST କର୍ମଚାରୀମାନଙ୍କର ସାମ୍ବିଧାନିକ ଅଧିକାର ପାଇଁ ଲଢେଇ କରିବା ସହିତ ନିଜ ସମାଜର ଶୈକ୍ଷିକ/ଅର୍ଥନୈତିକ/ସାଂସ୍କୃତିକ/ସାମାଜିକ ବିକାଶ ପାଇଁ ପ୍ରୟାସ କରିବା । 
 
 ୧.  ମିଶନ ୩L କାର୍ଯ୍ୟକ୍ରମର ମହାନ୍ ଲକ୍ଷ୍ୟ କଣ?

ଲକ୍ଷ୍ୟ–୧: ORV ଆଇନର ସଂଶୋଧନ ପାଇଁ ୧ ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରିବା।

ଲକ୍ଷ୍ୟ–୨: ୧ ଲକ୍ଷ ସଦସ୍ୟତା ହାସଲ କରିବା।

ଲକ୍ଷ୍ୟ–୩: ୧ ଲକ୍ଷରୁ ଅଧିକ ସୋସିଆଲ୍ ମିଡିଆ ସବ୍ସକ୍ରାଇବର୍/ଅନୁସରଣକାରୀ (Facebook + YouTube) ହାସଲ କରିବା।

୨. ପ୍ରଶ୍ନୋତ୍ତର:

(କ) ପ୍ରଶ୍ନ: ମୁଁ ମିଶନ୍–3Lରେ କାହିଁକି ଅଂଶଗ୍ରହଣ କରିବି ଏବଂ ଦସ୍ତଖତ କରିବି?

ଉତ୍ତର: ORV ଆଇନ SC/ST ପ୍ରାର୍ଥୀଙ୍କ ନିଯୁକ୍ତିରେ ସଂରକ୍ଷଣ ପାଇଁ ବୈଧାନିକ ଢାଞ୍ଚା ପ୍ରଦାନ କରେ ଏବଂ ଏହା ୧୯୭୫ ମସିହାରେ ପ୍ରଣୀତ ହୋଇଥିଲା। ପରେ Indra Sawhney, R.K. Sabharwal, M. Nagaraj ଏବଂ Jarnail Singh ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସୁପ୍ରିମ୍ କୋର୍ଟ ରାୟ ଦ୍ୱାରା ସଂରକ୍ଷଣ, ବିଶେଷକରି ପଦୋନ୍ନତିରେ ସଂରକ୍ଷଣ ସମ୍ପର୍କିତ ଆଇନଗତ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଘଟିଛି। ଏହା ସହିତ ଅନୁଚ୍ଛେଦ ୧୬(୪A) ଅନୁସାରେ ପଦୋନ୍ନତିରେ ସଂରକ୍ଷଣ ଓ ପରିଣାମସ୍ୱରୂପ ବରିଷ୍ଠତା (Consequential Seniority) ସମ୍ପର୍କରେ ସାମ୍ବିଧାନିକ ସଂଶୋଧନ ମଧ୍ୟ କରାଯାଇଛି । କିନ୍ତୁ ଏହି ସାମ୍ବିଧାନିକ ଓ ନ୍ୟାୟିକ ପରିବର୍ତ୍ତନକୁ ପ୍ରତିଫଳିତ କରିବା ପାଇଁ ORV ଆଇନର ସମଗ୍ର ଭାବେ ସଂଶୋଧନ ହୋଇନାହିଁ। ଫଳସ୍ୱରୂପ, ବିଶେଷକରି ପଦୋନ୍ନତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ସମୟରେ ବିଭିନ୍ନ ପ୍ରଶାସନିକ ଅସଙ୍ଗତି ଦେଖାଦେଉଛି, ଯାହା SC/ST କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଅସୁବିଧା ସୃଷ୍ଟି କରୁଛି।

   ଏହି କାରଣରୁ ସଂରକ୍ଷଣର ପ୍ରଭାବଶାଳୀ ଓ ସୁସଙ୍ଗତ କାର୍ଯ୍ୟାନ୍ୱୟନ ପାଇଁ ORV ଆଇନର ଉପଯୁକ୍ତ ସଂଶୋଧନ କରି ଏକ ସ୍ପଷ୍ଟ, ଅଧୁନାତନ ଓ ସୁସଙ୍ଗତ ବୈଧାନିକ ଢାଞ୍ଚା ପ୍ରଦାନ କରିବା ଆବଶ୍ୟକ।

(ଖ) ପ୍ରଶ୍ନ: ମୁଁ କାହିଁକି ସଦସ୍ୟତା ଗ୍ରହଣ କରିବି ଏବଂ ବାର୍ଷିକ ସଦସ୍ୟତା ଫି’ ଦେବି?

ଉତ୍ତର: ସଦସ୍ୟ ସଂଖ୍ୟା ଏକ ସଂଗଠନର ସାଂଗଠନିକ ଶକ୍ତିକୁ ପ୍ରତିଫଳନ କରେ। ପରିଷଦ ଏହାର ପ୍ରକୃତ ସଦସ୍ୟ ସଂଖ୍ୟା ଜରିଆରେ ନିଜର ସାଂଗଠନିକ ସଂଖ୍ୟାର ତଥ୍ୟସ୍ଥିତି ପ୍ରଦର୍ଶନ କରି ନିଜର ଯଥାର୍ଥ ଓ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବେ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ଚାହୁଁଛି।

(ଗ) ପ୍ରଶ୍ନ: ମୁଁ କାହିଁକି ପରିଷଦର ସୋସିଆଲ୍ ମିଡିଆ (YouTube, Facebook ଇତ୍ୟାଦି) ସବ୍ସକ୍ରାଇବ୍ କରିବି?

ଉତ୍ତର: SC/ST କର୍ମଚାରୀ ତଥା ବ୍ୟାପକ ସମୁଦାୟର ସମସ୍ୟା ଏବଂ ସ୍ୱାର୍ଥକୁ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରିବା ପାଇଁ ଖୁବ୍ କମ୍ ସମର୍ପିତ ମିଡିଆ ପ୍ଲାଟଫର୍ମ ରହିଛି, ନାହିଁ କହିଲେ ଚଳେ—ଏହା ଆମ ପରିଷଦର ଏକ ତିକ୍ତ ଅନୁଭବ। ତେଣୁ, ପରିଷଦର ନିଜସ୍ୱ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ SC/ST କର୍ମଚାରୀଙ୍କ ସମେତ ଆମ ସମୁଦାୟ ସମ୍ପର୍କିତ ସମସ୍ୟା, ଖବର ଓ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପ୍ରଭାବଶାଳୀ ଭାବେ ପ୍ରଚାର କରିବାର ଏକ ମାଧ୍ୟମ । ଏହି ପ୍ଲାଟଫର୍ମ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଖବର, ସୂଚନା ଓ ଘଟଣାବଳୀ ଅତି ଶୀଘ୍ର ତୃଣମୂଳ ସ୍ତରରେ ପହଞ୍ଚିପାରିବ, ଯାହା ଫଳରେ SC/ST କର୍ମଚାରୀ ଓ ଆମ ସମୁଦାୟ ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ଜନସାଧାରଣଙ୍କୁ ସମ୍ବେଦନଶୀଳ କରାଯାଇପାରିବ।

(ଘ) ପ୍ରଶ୍ନ: ମିଶନ ଥ୍ରି-ଏଲ୍ (Mission 3L) ର ସାଙ୍ଗଠନିକ ଢାଞ୍ଚା ଓ କାର୍ଯ୍ୟାବଳୀ କିଭଳି ଅଟେ?
ଉତ୍ତର: ମିଶନ ଥ୍ରି-ଏଲ୍‌କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ସୁଦୃଢ଼ ସାଙ୍ଗଠନିକ ବ୍ୟବସ୍ଥା ଓ ସ୍ଟିୟରିଙ୍ଗ କମିଟି ଗଠନ କରାଯାଇଛି।
🔹 ସାଙ୍ଗଠନିକ ସ୍ତର (Organizational Hierarchy):
ସଂଗଠନଟି ଉପରୁ ତଳକୁ କ୍ରମାନୁସାରେ ୮ଟି ସ୍ତରରେ ବିଭକ୍ତ:
1️⃣ ରାଜ୍ୟ ସ୍ତର (State Level) 2️⃣ ଜୋନାଲ ସ୍ତର (Zonal Level) 3️⃣ ସବ-ଜୋନାଲ ସ୍ତର (Sub-Zonal Level)
4️⃣ ଜିଲ୍ଲା ସ୍ତର (District Level) 5️⃣ ସବ-ଡିଷ୍ଟ୍ରିକ୍ଟ ସ୍ତର (Sub-District Level) 6️⃣ ବ୍ଲକ ସ୍ତର (Block Level)
7️⃣ ସବ-ବ୍ଲକ ସ୍ତର (Sub-Block Level) 8️⃣ ଗ୍ରାମ ପଞ୍ଚାୟତ ସ୍ତର (Gram Panchayat Level)
👉 କୋର୍ଡିନେଟର ଚୟନ: ପ୍ରତ୍ୟେକ ସ୍ତରରେ ୩ ଜଣ କୋର୍ଡିନେଟର (ସଂଯୋଜକ) ରହିବେ। ପ୍ରଥମେ ଉପରିସ୍ଥ ସ୍ତରର କୋର୍ଡିନେଟରମାନେ ତାଙ୍କ ତଳ ସ୍ତରର କୋର୍ଡିନେଟରମାନଙ୍କୁ ଚୟନ କରିଥାନ୍ତି।
🔹 ଷ୍ଟିୟରିଂ କମିଟି ଗଠନ (Steering Committee):
ପ୍ରତ୍ୟେକ ସ୍ତରର ଷ୍ଟିୟରିଂ କମିଟିରେ ନିଜ ସ୍ତରର କୋର୍ଡିନେଟର ଏବଂ ତାଙ୍କର ନିମ୍ନସ୍ଥ କୋର୍ଡିନେଟର/ପ୍ରତିନିଧିମାନେ ସଦସ୍ୟ ଭାବେ ରହିଥାନ୍ତି:
* ରାଜ୍ୟ ଷ୍ଟିୟରିଂ କମିଟି: ରାଜ୍ୟ କୋର୍ଡିନେଟର + ଜୋନାଲ କୋର୍ଡିନେଟର
* ଜୋନାଲ ଷ୍ଟିୟରିଂ କମିଟି: ଜୋନାଲ କୋର୍ଡିନେଟର + ସବ-ଜୋନାଲ କୋର୍ଡିନେଟର
* ସବ-ଜୋନାଲ ଷ୍ଟିୟରିଂ କମିଟି: ସବ-ଜୋନାଲ କୋର୍ଡିନେଟର + ଜିଲ୍ଲା କୋର୍ଡିନେଟର
* ଜିଲ୍ଲା ଷ୍ଟିୟରିଂ କମିଟି: ଜିଲ୍ଲା କୋର୍ଡିନେଟର + ସବ-ଜିଲ୍ଲା କୋର୍ଡିନେଟର
* ସବ-ଡିଷ୍ଟ୍ରିକ୍ଟ ଷ୍ଟିୟରିଂ କମିଟି: ସବ-ଡିଷ୍ଟ୍ରିକ୍ଟ କୋର୍ଡିନେଟର + ବ୍ଲକ କୋର୍ଡିନେଟର
* ବ୍ଲକ ଷ୍ଟିୟରିଂ କମିଟି: ବ୍ଲକ କୋର୍ଡିନେଟର + ସବ-ବ୍ଲକ କୋର୍ଡିନେଟର
* ସବ-ବ୍ଲକ ଷ୍ଟିୟରିଂ କମିଟି: ସବ-ବ୍ଲକ କୋର୍ଡିନେଟର + ପଞ୍ଚାୟତ କୋର୍ଡିନେଟର
* ପଞ୍ଚାୟତ ଷ୍ଟିୟରିଂ କମିଟି: ପଞ୍ଚାୟତ କୋର୍ଡିନେଟର + ଗାଁ ସ୍ତରୀୟ ପ୍ରତିନିଧି
⚠️ ଶୃଙ୍ଖଳା:
* ୭ ଦିନିଆ ନିୟମ: ଯଦି କୌଣସି କୋର୍ଡିନେଟର ଲଗାତାର ୭ ଦିନ ଧରି ଉପରିସ୍ଥ କିମ୍ବା ନିମ୍ନସ୍ତ କୋର୍ଡିନେଟରଙ୍କ ଫୋନ୍ ଉଠାନ୍ତି ନାହିଁ କିମ୍ବା କାର୍ଯ୍ୟରେ ସହଯୋଗ କରନ୍ତି ନାହି, ତେବେ ତାଙ୍କୁ ସେହି ଦାୟିତ୍ୱରୁ ଅବସାଦ/ବାହାର କରିଦିଆଯାଏ।
* ନୂତନ ଚୟନ: ଦାୟିତ୍ଵ ଖାଲି ପଡ଼ିବା ପରେ ଉପରିସ୍ଥ କୋର୍ଡିନେଟରମାନେ ନିମସ୍ଥ କୋର୍ଡିନେଟରମାନଙ୍କର ମତାମତ କ୍ରମେ ସେହି ସ୍ଥାନରେ ଜଣେ ନୂଆ କୋର୍ଡିନେଟରଙ୍କୁ ଚୟନ କରି ଦାୟିତ୍ୱ ହସ୍ତାନ୍ତର କରାଯାଏ।

Mission3L Campaigner/Coordinators List

#1. State Executives

(1A) Sri Minaketan Majhi (State Working President, MISSION 3L State Coordinator) – 📱 9437570823

(1B) Sri Pruthuraj Hansdah (State Addl Secy General, State Mission 3L Joint Coordinator) – 📱 8249760023

(1C) Sri Asit Kumar Nayak (State Addl. Gen. Secy.(OEC), State Mission 3L Joint Coordinator) – 📱 9438764461

#2. Enlisting Zonal Coordinators

(2A) State Executives click here to fill up the form of Zonal Coordinator List. 

(2B) Click here to view all entries in the zonal coordinators list.

#3. Enlisting Sub-Zonal Coordinators

(3A) Zonal Coordinators click here to fill out the form of subzonal coordinators list.

(3B) Click to view all entries in subzonal coordinators list.

#4. Enlisting District Coordinators

(4A) Subzonal Coordinators click here to fill up the form District Coordinators list.

(4B) Click here to view all entries in District Coordinators list.

#5. Enlisting Subdivisional Coordinators

(5A) District Coordinators click here to fill up the form Subdivisional Coordinators list.

(5B) Click here to view all entries in Subdivisional Coordinators list.

#6. Enlisting Block Coordinators

(6A) Subdivisional Coordinators click here to fill up the form of Block Coordinators list.

(6B) Click here to view all entries in Block Coordinators list.

#7. Enlisting Sub-Block Coordinators

(7A) Block Coordinators click here to fill up the form of Sub-Block Coordinators list.

(7B) Click here to view all entries in Sub-Block Coordinators list.

#8. Enlisting Gram Panchayat Coordinators

(8A) Sub-Block Coordinators click here to fill up the form of GP Coordinators list. 

(8B) Click here to view all entries in GP Coordinators list.

Cool Number
0